Trupti Ranjan Das (ତୃପ୍ତି ରଞ୍ଜନ ଦାସ)

Trupti Ranjan Das (ତୃପ୍ତି ରଞ୍ଜନ ଦାସ)

Trupti Ranjan Das (ତୃପ୍ତି ରଞ୍ଜନ ଦାସ)

Dr. Trupti Ranjan Das is an Indian writer, actor, anchor, and professor. He originally belongs to Odisha's Jagatsinghpur.

Trupti Ranjan Das was born on Chaitra Amavashya in 1993, in a middle class family. He did his graduation in physics from SVM autonomous college under Utkal University. His father, Manoranjan Das, runs a medicine shop and mother Dulali Das is a homemaker.

After his graduation, he moved to the renowned Indian School of Mines Dhanbad for pursue his master's degree in applied physics. In the year 2020, he got his doctorate in philosophy in Physics from Indian Institute of Technology (ISM) Dhanbad.

While he was studying at SVM autonomous college, his interest in acting, writing, and hosting shows took gear. He fought the student union election in 2012, and elected as dramatic secretary. He was awarded for best actor in his first year of drama played at college. He has acted in several plays on stage and in radio also. He acted on Odia TV serial 'Ahuti' for some episodes. During his graduation, he was working as a radio jockey at a regional community radio centre 91.2 FM for two years. He had also started hosting different districts level programs during those days.

When he went to IIT (ISM) Dhanbad, he joined to the very old Kalinga Society and involved in every cultural activities. He directed several plays and short films there.

In the year 2020, his first odia poem compilation "Akankhyta Sandhyatie (ଆକାଂକ୍ଷିତ ସନ୍ଧ୍ୟାଟିଏ)" got published, which was nominated in the Kendra sahitya Yuva Puraskar award for that year. His second poem anthology is Nakshatra Snana (ନକ୍ଷତ୍ରସ୍ନାନ). In the year 2023, he has published his first Odia novel "Shunyatara Screenshot (ଶୂନ୍ୟତାର ସ୍କ୍ରିନ୍-ସଟ୍)" । Dr. Das loves to present Odia poetry on stage in new form. He always speaks about the promotion and progress of odia literature.

ଡ. ତୃପ୍ତି ରଞ୍ଜନ ଦାସ ଜଣେ ଓଡ଼ିଆ କବି, ଲେଖକ, ସାହିତ୍ୟିକ, ପ୍ରାଧ୍ୟାପକ ତଥା ଅଭିନେତା । ପେଶାରେ ଜଣେ ପ୍ରାଧ୍ୟାପକ ହୋଇଥିଲେ ମଧ୍ୟ ସେ ଅନେକ ମଞ୍ଚରେ କବିତା ପାଠ କରନ୍ତି ଏବଂ ସମୟ ପାଇଲେ ବିଭିନ୍ନ ନାଟକରେ ମଧ୍ୟ ଅଭିନୟ କରନ୍ତି ।

ଓଡ଼ିଶାର ଜଗସିଂହପୁର ଜିଲ୍ଲାରେ ୧୯୯୩ ମସିହାର ଚୈତ୍ର ମାସ ଅମାବାସ୍ୟା ତିଥିରେ ଜନ୍ମ ହୋଇଥିବା ତୃପ୍ତିଙ୍କ ପିତା ମନୋରଞ୍ଜନ ଦାସ ଜଣେ ଔଷଧ ବ୍ୟବସାୟୀ ଓ ମାତା ଦୁଲାଳି ଦାସ ଜଣେ ଗୃହିଣୀ । ସେ ପଦାର୍ଥ ବିଜ୍ଞାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ କରିବା ପରେ, ସ୍ନାକୋତ୍ତର ଏବଂ ପିଏଚଡି କରିବା ପାଇଁ ପ୍ରସିଦ୍ଧ ଆଇଆଇଟି (ଆଇଏସ୍‌ଏମ୍) ଧନବାଦ୍‌‌ରେ ଯୋଗ ଦେଇଥିଲେ ।

ସ୍ନାତକ କରିବା ସମୟରେ ତାଙ୍କର ନାଟକ, ଅଭିନୟ ଓ ଉପସ୍ଥାପନା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ହୋଇଥିଲା । ଛାତ୍ର ସଂସଦ ନିର୍ବାଚନ ଲଢ଼ି ସେ ନାଟ୍ୟ ସାଂସଦର ସମ୍ପାଦକ ଭାବେ କାର୍ଯ୍ୟ କରିବା ସହିତ ସେ ସମୟର ଓଡ଼ିଆ ଧାରାବାହିକ, 'ଆହୁତି'ରେ ଅଭିନୟ କରିଥିଲେ । ଜଣେ ରେଡ଼ିଓ ଉପାସ୍ଥାପକ ଭାବରେ ସେ 91.2 FM (ରେଡ଼ିଓ ସଂସ୍କାର)ରେ କାମ କରିବା ସହିତ ରେଡିଓ ନାଟକରେ ସ୍ୱର ଦେଇଥିଲେ ।

ଧନବାଦ୍ ଯିବା ପରେ ସେଠାରେ ଥିବା କଳିଙ୍ଗ ସମାଜରେ ଯୋଗ ଦେଇଥିଲେ ଏବଂ ଅନେକ ସାଂସ୍କୃତିକ କାର୍ଯକ୍ରମରେ ଭାଗ ନେବା ସହିତ ସେହି ସବୁର ନେତୃତ୍ୱ ନେଇଥିଲେ । ନାଟକ ରଚନା, ନିର୍ଦ୍ଦେଶନା ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ମାନ ମଧ୍ୟ ସେ ନିର୍ମାଣ କରିଛନ୍ତି ।

୨୦୨୦ ମସିହାରେ ତାଙ୍କର ପ୍ରଥମ କବିତା ବହି "ଆକାଂକ୍ଷିତ ସନ୍ଧ୍ୟାଟିଏ" ପ୍ରକାଶିତ ହୋଇଥିଲା, ଯାହାକି ସେହି ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ବର୍ଗରେ ଶ୍ରେଷ୍ଠ ତାଲିକା ସ୍ଥାନିତ ହୋଇଥିଲା । ପରେ ପରେ "ନକ୍ଷତ୍ରସ୍ନାନ" ଶୀର୍ଷକ ଆଉ ଏକ କବିତା ବହି ଏବଂ ଉପନ୍ୟାସ "ଶୂନ୍ୟତାର ସ୍କ୍ରିନ୍ -ସଟ୍" ପ୍ରକାଶିତ ହୋଇଛି, ଯାହାକି ପାଠକୀୟ ଆଦୃତି ପାଇବା ସହିତ ସାହିତ୍ୟ କ୍ଷେତ୍ରରେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ।

ପୁରସ୍କାର:

  • ନବ କାକଳୀ ସାରସ୍ୱତ ଯୁବ ପ୍ରତିଭା ସମ୍ମାନ ୨୦୨୦, ନବକାକଳୀ ମାସିକ ପତ୍ରିକା, ଭୁବନେଶ୍ୱର
  • ତୁଳସୀ ଯୁବ ସାହିତ୍ୟିକ ସମ୍ମାନ ୨୦୨୧, ତୁଳସୀ ସାହିତ୍ୟ ସଂସଦ, ଜଗତସିଂହପୁର
  • ଟାଇମ୍ ପାସ୍ ଦ୍ୱାରା ଉଦୟରାଗ ସମ୍ମାନ ୨୦୨୦, ଭୁବନେଶ୍ୱର
  • ସୌରଭ ଯୁବ ପ୍ରତିଭା ସମ୍ମାନ ୨୦୨୨, ବ୍ରହ୍ମପୁର