Sangram Keshari Senapati

Sangram Keshari Senapati

Biography of Sangram Keshari Senapati

Sangram Keshari Senapati is an Indian entrepreneur, writer, producer, book publisher belongs to the eastern state, Odisha. He is popularly know as by his pen-name Gapu.

He is the founder of Odia magazines like Shubhapallaba, Shubhodaya and ShubhaVani, photographic blogs like My Photography and the IT startup Graphical Application and programming Unit.

He received Yuva Prerana Samman in 2020 from the Intellact Group at 6th Matrubhasa Mahakumbha organized at Delhi.

Sangram was born on 10 January 1995 in Nilok, Bhadrak, Odisha to Abhimanyu Senapati and Srimati Dei. He completed his schooling from Nilok High School, Nilok in 2010 and joined Vinayak College of Science and Commerce for intermediate studies. In 2012 he joined Government College of Engineering Kalahandi, Bhawanipatna for his bachelor degree in Computer Science and graduated in 2016.

After completing engineering, Sangram joined a startup as a software engineer. Later he left his job and founded Shubhapallaba Odia Magazine in 2018. During the COVID19 pandemic, he started his e-commerce business as Shubhapallaba Store in 2020 and founded another Odia magazine named Shubhodaya.

In 2021 he established Shubhapallaba Publication to publish books in different Indian languages including English. Later in 2021, he developed a podcast application ShubhaVani.

Sangram is also the founder of My Photography which aims to promote the history and culture of Odisha through photographs and blogs. He is also the founder and executive officer of Graphical Application & Programming Unit.

He is running blogs like Foodgraphy, OdiaCuisines, Odisha Darshan, Temples of Odisha, to promote Odisha in the Global village.

ସଂଗ୍ରାମ କେଶରୀ ସେନାପତି ଜଣେ ଓଡ଼ିଆ ଲେଖକ, ପ୍ରଯୋଜକ, ପୁସ୍ତକ ପ୍ରକାଶକ, ଉଦ୍ୟୋଗପତି, ଯିଏକି ମୁଖ୍ୟତଃ ତାଙ୍କ ଡାକନାମ ଗପୁ ନାମରେ ପରିଚିତ । ସେ ଶୁଭପଲ୍ଲବ ଓ ଶୁଭୋଦୟ ଭଳି ଓଡ଼ିଆ ସାହିତ୍ୟ ପତ୍ରିକାର ପ୍ରତିଷ୍ଠା କରିବା ସହିତ ଶୁଭବାଣୀ ଭଳି ଇ-ରେଡିଓ ଆପ୍‌ର ପରିକଳ୍ପନା କରିଛନ୍ତି ।

୨୦୨୦ ମସିହାରେ ଦିଲ୍ଲୀଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସମସ୍ଥ ଦ ଇଣ୍ଟେଲାକ୍ଟ ଦ୍ୱାରା ୬ଷ୍ଠ ମାତୃଭାଷା ମହାକୁମ୍ଭ କାର୍ଯ୍ୟକ୍ରମରେ ତାଙ୍କୁ "ଯୁବ ପ୍ରେରଣ" ସମ୍ନାନରେ ସମ୍ମାନିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି ।

୧୯୯୫ ମସିହାର ଜାନୁଆରୀ ମାସ ୧୦ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ନିଳୋକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସଂଗ୍ରାମ । ତାଙ୍କ ପିତା ଅଭିମନ୍ୟୁ ସେନାପତି ଓ ମାତା ଶ୍ରୀମତି ଦେଇ ପେଶାରେ ଶିକ୍ଷକ । ସେ ନିଳୋକ ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାଠପଢ଼ା ଶେଷ କରି ଭଦ୍ରକ ସ୍ଥିତ ଆବାସିକ ମହାବିଦ୍ୟାଳୟ ବିନାୟକ କଲେଜ୍ ଅଫ୍ ସାଇନ୍ସ ଆଣ୍ଡ କମର୍ସରୁ +୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ୨୦୧୨ ମସିହାରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ସରକାରୀ ବୈଷୟିକ ମହାବିଦ୍ୟାଳୟରୁ (ଗଭର୍ଣ୍ଣମେଣ୍ଟ କଲେଜ୍ ଅଫ୍ ଇଞ୍ଜିନିୟରିଂ) କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ କରିଥିଲେ ।

ବୈଷୟିକ ଶିକ୍ଷା ଶେଷ କରିବା ପରରେ ସଂଗ୍ରାମ ସଫ୍ଟୱେର୍ ଇଞ୍ଜିନିୟର୍ ଭାବରେ ଏକ ଘରୋଇ ଉଦ୍ୟୋଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ମାତ୍ର ସେଥିରୁ ଇସ୍ତଫା ଦେଇ ୨୦୧୮ ମସିହାରେ ଶୁଭପଲ୍ଲବ ନାମକ ଏକ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠା କରିଥିଲେ । ଏହି ଇ-ପତ୍ରିକାର ମୂଳ ନାମ ନବପଲ୍ଲବ ରଖାଯାଇଥିଲା, ମାତ୍ର ପରେ ନାମ ପରିବର୍ତ୍ତନ କରାଯାଇଥିଲା । ୨୦୨୦ ମସିହାରେ କରୋନା ମହାମାରୀର ସଂକ୍ରମଣ ସମୟରେ ସେ ଶୁଭପଲ୍ଲବ ଷ୍ଟୋର୍ ନାମକ ଏକ ଇ-କମର୍ସ ସାଇଟ୍‌ର ଆରମ୍ଭ କରିଥିଲେ ଏବଂ ସେହି ବର୍ଷ ଶୁଭୋଦୟ ନାମକ ଅନ୍ୟ ଏକ ଇ-ପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲେ, ଯାହା ପ୍ରତ୍ୟେକ ମାସର ସଂକ୍ରାନ୍ତିରେ ପ୍ରକାଶିତ ହେଉଛି ।

୨୦୨୧ ମସିହାରେ ସେ ଶୁଭପଲ୍ଲବ ପବ୍ଲିକେଶନ୍ ନାମରେ ଏକ ପୁସ୍ତକ ପ୍ରକାଶନ ସଂସ୍ଥାର ଆରମ୍ଭ କରିଥିଲେ, ଯାହାକି ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଉଭୟ ମୁଦ୍ରିତ ପୁସ୍ତକ ଓ ଇ-ପୁସ୍ତକ ପ୍ରକାଶ କରୁଛି । ସେହି ବର୍ଷ ମଧ୍ୟଭାଗରେ ସେ ଶୁଭବାଣୀ ଆପ୍‌ର ଶୁଭାରମ୍ଭ କରିଥିଲେ, ଯାହାକି ଏକ ଇ-ରେଡିଓ ତଥା ପଡ଼କାଷ୍ଟ ଭାବରେ କାର୍ଯ୍ୟ କରୁଛି ।

୨୦୧୩ ମସିହାରେ କଲେଜରେ ପାଠ ପଢ଼ୁଥିବା ସମୟରେ ସଂଗ୍ରାମ "ମାଇଁ ଫଟୋଗ୍ରାଫି"ର ଆରମ୍ଭ କରିଥିଲେ, ଯାହାକି ସେତେବେଳେ ଏକ ଫେସ୍‌ବୁକ୍ ପେଜ୍ ଭାବରେ ହିଁ ଉପଲବ୍ଧ ଥିଲା ଏବଂ ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୭ ମସିହାରେ ଏହାର ବ୍ଲଗିଂ ୱେବ୍‌ସାଇଟ୍ ଆରମ୍ଭ ହୋଇଥିଲା, ଯେଉଁଥିରେ ଓଡ଼ିଶାର ଦର୍ଶନୀୟ ସ୍ଥାନ, ଓଡ଼ିଆ ସଂସ୍କୃତି, ପର୍ବପର୍ବାଣୀ ଓ ଖାଦ୍ୟ ପେୟ ଉପରେ ଲେଖାଗୁଡ଼ିକ ସ୍ଥାନିତ ହେଉଛି ।

ଓଡ଼ିଶା ତଥା ଓଡ଼ିଶାର ସଂସ୍କୃତି, ପରମ୍ପରା ଆଦିକୁ ଲୋକଲୋଚନକୁ ଆଣିବାକୁ ତାଙ୍କର ବିଭିନ୍ନ ବ୍ଲଗ୍‌ଗୁଡ଼ିକ ମଧ୍ୟ କରୁଛି । ସେ ଗ୍ରାଫିକାଲ୍ ଆପ୍ଲିକେସନ୍ ଆଣ୍ଡ୍ ପ୍ରୋଗ୍ରାମିଂ ୟୁନିଟି ନାମକ ଏକ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉଦ୍ୟୋଗ ମଧ୍ୟ କରିଛନ୍ତି, ଯାହାକି ୱେବ୍‌ସାଇଟ୍, ମୋବାଇଲ୍ ଆପ୍ଲିକେସନ୍ ଆଦି ତିଆରି କରୁଛି ।



Indian Education Minister Dharmendra Pradhan felicitated Sangram Keshari Senapati
Indian Education Minister Dharmendra Pradhan felicitated Sangram Keshari Senapati