Dayanidhi Das (ଦୟାନିଧି ଦାସ)

Dayanidhi Das (ଦୟାନିଧି ଦାସ)

Odissi Dance Guru Dayanidhi Das (ଦୟାନିଧି ଦାସ)

Dayanidhi Das was an Odissi dance teacher from Odisha, India. He was the first dance teacher in Kala Vikash Kendra, Cuttack established by Babulal Doshi, where he was teaching Odissi and Kathak. In 1952-53 he documented the dance forms and mudras of Odissi in text format, which was taught at Kala Vikas Kendra as a syllabus. He was following Gotipua tradition of Odissi dance. He named the first part of Odissi dance as Mangalacharan. He was the 1st secretary and founding member of Jayantika, a community formed in 1955 to promote Odissi dance globally.

He was born to Sanatan Das in Sajanapada village of Nayagarh district of Odisha. He enjoyed the street plays and theaters in the night throughout his childhood, learned to play the tabla and other instruments, and practised folk dancing at the expense of his academics, which irritated his father. Once the furious father beat him ruthlessly. When he was in class eleven, he fled his house out of pain and dread.

He pursued further study while taking private tuition to support himself. From Nayagarh, he graduated from high school. After that, he relocated to Cuttack, where he thrived in the arts of dance, music, and tabla while pursuing his academic goals at Ravensha College.

The National Music Association (NMA) and Utkal Sangeet Samaja were two well-known institutes in the realm of dance and music at the time. In NMA, he studied Kathak and Hindustani vocal music. Unfortunately, he was unable to complete his vocal music study, but he did receive the Nritya Pravakar in Kathak and Odissi from the Prayag Sangeet Samiti in Allahabad. He studied tabla under Radha Gobinda Ghose.

He married Nishamani Das in 1955. His daughter Vijayalaxmi Das who works in preserving the legacy of her father. On 14 March 1979 at the age 50, he died.

ଦୟାନିଧି ଦାସ ଜଣେ ଓଡ଼ିଶୀ ନୃତ୍ୟଗୁରୁ ଥିଲେ, ଯିଏକି କଳା ବିକାଶ କେନ୍ଦ୍ରର ପ୍ରଥମ ନୃତ୍ୟଗୁରୁ ଥିଲେ । ୧୯୫୨-୫୩ ମସିହାରେ ସେ ପ୍ରଥମ ଓଡ଼ିଶୀ ନୃତ୍ୟ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ । ସେ ଗୋଟିପୁଅ ନାଟକୁ ଅନୁସରଣ କରୁଥିଲେ । ସେ ଓଡ଼ିଶୀ ନୃତ୍ୟର ପ୍ରଥମ ଭାଗକୁ ମଙ୍ଗଳାଚରଣ ଭାବରେ ନାମିତ କରିଥିଲେ ।

ଦୟାନିଧି ଦାସ ନୟାଗଡ଼ ଜିଲ୍ଲାର ସଜନାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସନାତନ ଦାସ । ସେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ଘର ଛାଡ଼ି ଚାଲିଯାଇଥିଲେ ଏବଂ ପିଲମାନଙ୍କୁ ଟିଉସନ୍ କରି ନିଜର ପାଠପଢ଼ା ଖର୍ଚ୍ଚ ତୁଲାଇଥିଲେ । ସେ ୧୯୪୭ ମସିହାରେ ନୟାଗଡ଼ର ଏକ ସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । କଟକ ଯାଇ ସେ ରେଭେନ୍ସା କଲେଜରେ ପଢ଼ିବା ସମୟରେ ସେଠାରେ ନୃତ୍ୟ, ସଙ୍ଗୀତ ଏବଂ ତବଲା ବାଦନ ଶିକ୍ଷା କରିଥିଲେ । ସେ ନ୍ୟାସନାଲ୍ ମ୍ୟୁଜିକ୍ ଆସୋସିଏସନ୍‌ରୁ କଥକ ଏବଂ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରୁଥିଲେ, ମାତ୍ର ଏହି ଶିକ୍ଷା ସମ୍ପୂର୍ଣ୍ଣ କରିପାରିନଥିଲେ ।

ସେ ଆହ୍ଲାବାଦ ସ୍ଥିତ ପ୍ରୟାଗ ସଙ୍ଗୀତ ସମିତିରୁ କଥକରେ ନୃତ୍ୟ ପ୍ରଭାକର ଏବଂ ଓଡ଼ିଶୀରେ ବିଶାରଦ କରିଥିଲେ । ସେ ରାଧା ଗୋବିନ୍ଦ ଘୋଷଙ୍କ ଅଧିନରେ ତବଲା ଶିକ୍ଷା ଗ୍ରହଣ କରିଥିଲେ ।

ସେ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ବାବୁଲାଲ ଦୋଶୀଙ୍କ ସହଯୋଗୀ ଥିଲେ, ଯିଏକି ଏହି ସଂସ୍ଥାର ପ୍ରଥମ ନୃତ୍ୟ ଗୁରୁ ଥିଲେ । ୧୯୫୨-୫୩ ମସିହାରେ ସେ ଓଡ଼ିଶୀ ନୃତ୍ୟର ପ୍ରଥମ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ । ଏହା ପୂର୍ବରୁ ଓଡ଼ିଶୀ ନୃତ୍ୟ କେବଳ ଅଭିନୟ ଦ୍ୱାରା ଶିକ୍ଷା ଦିଆଯାଉଥିଲା । ତାଙ୍କ ଦ୍ୱାରା ପ୍ରଣୀତ ଏହି ପାଠ୍ୟ ଖସଡ଼ାରେ ଚାରି ବର୍ଷର ପାଠ ପଢ଼ା, ଯାହାର ନାମ ରଖାଯାଇଥିଲା 'ଓଡ଼ିଶୀ ନୃତ୍ୟ' । ସେ ମାୟାଧର ରାଉତ ଓ କେଳୁଚରଣ ମହାପାତ୍ରଙ୍କୁ କଳା ବିକାଶ କେନ୍ଦ୍ରରେ ଗୁରୁ ଭାବରେ ଯୋଗ ଦେବାକୁ ଆଣିଥିଲେ ।

ସେ ପ୍ରୟାଗ ସଙ୍ଗୀତ ସମିତିର ଓଡ଼ିଶୀ ପାଠ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରିଥିଲେ ଯାହାକି ଆଜି ପର୍ଯ୍ୟନ୍ତ ବ୍ୟବହାର ହୋଇ ଆସୁଛି । ଓଡ଼ିଶୀ ନୃତ୍ୟର ପ୍ରଥମ ଭାଗକୁ ନାମ ମଙ୍ଗଳାଚରଣ ଭାବରେ ସେ ନାମିତ କରିଥିଲେ ।

୧୯୫୮ ମସିହାରେ ସେ ଜଣାଶୁଣା ନୃତ୍ୟଗୁରୁମାନଙ୍କୁ ନେଇ 'ଜୟନ୍ତିକା' ନାମକ ଅନୁଷ୍ଠାନ ଗଢ଼ିଥିଲେ, ଯାହାର ପ୍ରଥମ ସାଧାରଣ ସମ୍ପାଦକ ଭାବରେ ସେ ନିଜ କାମ କରିଥିଲେ । ଏହି ସଂସ୍ଥାର ଗବେଷଣା ଫଳରେ ଓଡ଼ିଶୀ ନୃତ୍ୟର ୨ ବର୍ଷିୟା ପାଠ୍ୟକ୍ରମ ଆରମ୍ଭ ହେଲା ଏବଂ ଓଡ଼ିଶୀ ନୃତ୍ୟ ସର୍ବଭାରତୀୟ ସ୍ତରରେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ କରିଥିଲା ।

ସେ ୧୯୬୨ ମସିହାର ଓଡ଼ିଆ କଥାଚିତ୍ର ଲକ୍ଷ୍ମୀରେ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ କମ୍ପାଉଣ୍ଡର କରୁଣାକର ଭୂମିକାରେ ଅଭିନୟ କରିଥିଲେ ।

ସେ ୧୯୫୫ ମସିହାରେ ନିଶାମଣି ଦାସଙ୍କୁ ବିବାହ କରିଥିଲେ । ୧୪ ମାର୍ଚ୍ଚ ୧୯୭୯ରେ ସେ ୫୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।